ଯାଜପୁର ଜିଲ୍ଲାର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ସର୍ବସ୍ୱାନ୍ତ ହେଲେ ଯୁବକ । ଚାଲିଗଲା ୯୧ ଲକ୍ଷ । ଅନଲାଇନରେ ଗେମ୍ ଖେଳୁଥିବାବେଳେ ଟେଲିଗ୍ରାମରେ ଆସିଲା ଲୋଭନୀୟ ଲିଙ୍କ । ଆଉ କ୍ଲିକ୍ କରିବାମାତ୍ରେ ଯୁବକ ଫଶିଯାଇଥିଲେ ଚକ୍ରବ୍ୟୁହରେ । ସେଥିରୁ ବାହାରିବା ତ ଯେମିତି ଅସମ୍ଭବ ଥିଲା । ପାଞ୍ଚ ଶହରୁ ହଜାରେ, ହଜାରେରୁ ଲକ୍ଷେ, ପୁଣି ଲକ୍ଷ ଲକ୍ଷ କରି ୯୧ ଲକ୍ଷ । ଏକ ଘରୋଇ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୯୧ଲକ୍ଷ ଟଙ୍କା ଲଗାଇଥିଲେ । ଏବେ ସେହି ଗେମ୍ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଛି । ଯାହାପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଠକାମୀର ଶୀକାର ହୋଇଛନ୍ତି ।ରିପୋର୍ଟ ଅନୁଯାୟୀ, ଧୀରେନ୍ଦ୍ର ଦାମନ ନାମକ ଏକ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି ୯୧ ଲକ୍ଷ ଟଙ୍କା ହରାଇଥିଲେ। ସେ ପ୍ରଥମେ ୫୦୦ ଟଙ୍କାରେ ଖେଳିବା ଆରମ୍ଭ କରିଥିଲେ ଏବଂ ଟଙ୍କା ଜିତିଥିଲେ। ସେ ଟଙ୍କା ରୋଜଗାର କରିବା ସହିତ ତାଙ୍କର ଲୋଭ ବଢ଼ିଥିଲା। ଧୀରେ ଧୀରେ ସେ ଖେଳିବାରେ ଅଧିକରୁ ଅଧିକ ଟଙ୍କା ନିବେଶ କରିଥିଲେ।
ଏପରିକି ସେ ତାଙ୍କର ୯ ଗୁଣ୍ଠା ଜମି, ୪୦୦ ଗ୍ରାମ ସୁନା, ବ୍ୟକ୍ତିଗତ ସଞ୍ଚୟରୁ ୧୦ ଲକ୍ଷ ଟଙ୍କା ଏବଂ ଋଣରୁ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ, ଯାହା ମୋଟ ୯୧ ଲକ୍ଷ ଟଙ୍କା କରିଥିଲା ବୋଲି ଜଣାପଡ଼ିଛି। କିନ୍ତୁ ସବୁକିଛି ଭୁଲ ହୋଇଗଲା। ଯାହାପରେ ଏବେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ପରିବାରରେ ମଧ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ଧୀରେନ୍ଦ୍ର ଏନେଇ କ୍ରାଇମ୍ ବ୍ରାଞ୍ଚ ଡ଼ିଜି, ସାଇବର୍ କ୍ରାଇମ ଥାନା ଓ ଟାଉନ୍ ଥାନା ଆଦିରେ ଅଭିଯୋଗ କରିଛନ୍ତି । ଟଙ୍କା ଫେରସ୍ତ ପାଇଁ ନିବେଦନ କରିବା ସହ ସମୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।