ଅନଲାଇନ୍ ବେଟିଂ ଜରିଆରେ ୧ କୋଟିରୁ ଅଧିକ ଠକେଇ କରି ୨ ଗିରଫ

ଅନଲାଇନ୍ ଗେମରେ କ୍ରିକେଟ୍ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ । ଇସଲାମ କ୍ରୀଡା ସାମଗ୍ରୀ ଏବଂ କାଜୁ ବ୍ୟବସାୟ କରୁଥିବା ବେଳେ ଜ୍ୟୋତି ପ୍ରକାଶ ନିର୍ମାଣ କାର୍ଯ୍ୟରେ ଜଡିତ।କ୍ରାଇମ୍ ବ୍ରାଞ୍ଚର ଏକ ବିଜ୍ଞପ୍ତି ଅନୁଯାୟୀ, ମେ ୧ ତାରିଖରେ ଯାଜପୁର କଳିଙ୍ଗନଗର ଜଣେ ବାସିନ୍ଦାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ତାଙ୍କ କହିବାନୁଯାୟୀ, ସାଇବର ଅପରାଧୀମାନେ ଅଧିକ ଲାଭ ପାଇଁ www.dream444.com ଏବଂ www.dream666.com ୱେବସାଇଟ୍ ରେ ଟଙ୍କା ନିବେଶ କରିବାକୁ ପ୍ରଲୋଭିତ କରିଥିଲେ। ସେ ଅଗଷ୍ଟ ୨୦୨୨ରୁ ଜାନୁଆରୀ ୨୦୨୫ ମଧ୍ୟରେ ନିଜ ଆକାଉଣ୍ଟ ଏବଂ ତାଙ୍କ ସ୍ତ୍ରୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟରୁ ୧.୦୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।ଜଣକ ତାଙ୍କ ପତ୍ନୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧.୦୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ତେବେ ଶେଷରେ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ତେବେ ତଦନ୍ତରୁ ଜଣାପଡିଛି ଯେ ଠକମାନେ ଅଧିକ ରିଟର୍ଣ୍ଣ ପ୍ରତିଶ୍ରୁତି ଦେବା ସହିତ ଏଭଳି ଗେମିଂ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ହ୍ୱାଟ୍ସଆପ୍, ଟେଲିଗ୍ରାମ ଏବଂ ସୋସିଆଲ ମିଡିଆ ବିଜ୍ଞାପନ ବ୍ୟବହାର କରିଥିଲେ। ପୀଡିତମାନଙ୍କୁ UPI ବିବରଣୀ ଏବଂ OTP ଭଳି ସମ୍ବେଦନଶୀଳ ସୂଚନା ସେୟାର କରିବାକୁ ପ୍ରବର୍ତ୍ତାଉ ଥିଲେ।

ଅଧିକ ପଢନ୍ତୁ

kc ads