ଅନଲାଇନ ଗେମ୍ ମାୟାରେ ବାୟା ଯୁବପିଢି ।

ଅନଲାଇନ ଗେମ୍ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଅନଲାଇନରେ ଅଭିନେତାଙ୍କ ବିଜ୍ଞାପନ ଦେଖି ଯୁବପିଢ଼ି ଓ କୋମଳମତି ପିଲାମାନେ ଲୋଭରେ ପଡୁଛନ୍ତି । ଗାଁ ମୁଣ୍ଡ ବରଗଛ ମୂଳ ହେଉ କି କାହା ଦାଣ୍ଡପିଣ୍ଡା, ଯେଉଁଠି ଦେଖିବେ ମୋବାଇଲରେ ଅନଲାଇନ ଗେମ ଖେଳୁଛନ୍ତି। ରାତାରାତି ଅଧିକ ରୋଜଗାର ଆଶାରେ ନିଜର ଓ ପରବାରର ଟଙ୍କା ହରାଇ କିଏ ଆତ୍ମହତ୍ୟା କରୁଛି ତ କିଏ ଗାଁ ଛାଡ଼ିବାକୁ ବାଧ୍ୟ ହେଉଛି । ଅନଲାଇନ ଗେମ ଉପରେ ଅଙ୍କୁଶ ଲଗାଇବାକୁ ଅଭିଭାବକ ଓ ବରିଷ୍ଠ ନାଗରିକମାନେ ଅନୁରୋଧ କରିଛନ୍ତି। ତେଣୁ ଅନଲାଇନ ଖେଳ ଉପରେ ଅଙ୍କୁଶ ନଲାଗିଲେ ବହୁ ଲୋକ ବିପୁଳ ଅର୍ଥ ହରାଇବା ସହ ଅଘଟଣର ଆଶଙ୍କା ରହିଛି। ଭାରତରେ ଗେମିଂ ମାର୍କେଟ୍ ଲଗାତାର ବଡ଼ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଭାରତୀୟ ଗେମିଂ ବଜାର ୩.୮ ବିଲିୟନ୍ ଡଲାରରୁ ଅଧିକ ହୋଇଛି, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩୨ ହଜାର କୋଟି ଟଙ୍କା ।

ଆର୍ଥିକ ବର୍ଷ ୨୦୨୩ରେ ଇଣ୍ଡିଆନ ଗେମିଂ ଇଣ୍ଡଷ୍ଟ୍ରି ୩.୧ ବିଲିୟନ ଡଲାର ଥିଲା, ଯାହା ୨୩ ପ୍ରତିଶତ ବଢି ଆର୍ଥିକ ବର୍ଷ ୨୪ରେ ୩.୮ ବିଲିୟନ ଡଲାର ହୋଇଛି । ଏହାସହ ଆଗାମୀ ପାଞ୍ଚ ବର୍ଷରେ ଅର୍ଥାତ୍ FY ୨୦୨୯ ସୁଦ୍ଧା ଭାରତୀୟ ଗେମିଂ ବଜାର ୯.୨ ବିଲିୟନ ଡଲାର ଅର୍ଥାତ୍ ୭୬ ହଜାର କୋଟି ଟଙ୍କା ପାର କରିବ । ଇଣ୍ଟରଆକ୍ଟିଭ ମିଡିଆ ଏବଂ ଗେମିଂ ଭେଞ୍ଚର କ୍ୟାପିଟଲ୍ ଫଣ୍ଡ ଲୁମିକାଇ (Lumikai) ଷ୍ଟେଟ୍ ଅଫ୍ ଇଣ୍ଡିଆ ଇଣ୍ଟରଆକ୍ଟିଭ ମିଡିଆ ଆଣ୍ଡ ଗେମିଂ ରିପୋର୍ଟରେ ଏହି ଅନୁମାନ କରିଛି ।

ଅଧିକ ପଢନ୍ତୁ