ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଏକ୍ସ ଯୋଗେ ସେ ଲେଖିଛନ୍ତି,ଭାରତ ଏକତାର ସହ ଛିଡ଼ା ହୋଇଛି । ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ॥ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା ଦେବ। ଆମ ସାର୍ବଭୌମତ୍ବକୁ ଆକ୍ରମଣ ସହ୍ୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଲେଖିଛନ୍ତି |ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଏଥିରେ ୩୦୦ର ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତୀୟ ସେନାର ପ୍ରତିଶୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତୀୟ ସେନାକୁ ଅଭିନନନ୍ଦନ ଜଣାଇଛନ୍ତି।
