ଅପରେସନ୍‌ ସିନ୍ଦୂର : କର୍ଣ୍ଣେଲ ସୋଫିଆ କୁରେସି କିଏ ?

ଭାରତ ନେଇଛି ପହଲଗାଓଁ ଆକ୍ରମଣର ପ୍ରତିଶୋଧ। ରାତି ପ୍ରାୟ ୧.୩୦ରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ସେନା ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଉଚିତ ଜବାବ ଦେଇଛି। ତେବେ ଅପରେସନ୍ ସିନ୍ଦୂର ଉପରେ ଆଜି ପ୍ରେସ ମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ବିଦେଶ ସଚିବଙ୍କ ସହ ସେନାର ଦୁଇ ମହିଳା ଅଧିକାରୀ । ସାମିଲ ଥିଲେ ଲେଫ୍ଟେନାଣ୍ଟ କର୍ଣ୍ଣଲ ସୋଫିଆ କୁରେସି ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଅଧିକାଂଶ ପ୍ରେସମିଟରେ ପୁରୁଷ ଅଧିକାରୀ ବ୍ରିଫିଙ୍ଗ ଦେଉଥିବାବେଳ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମହିଳା ଅଧିକାରୀଙ୍କ ପ୍ରେସ ମିଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୋଫିଆ କୁରେଶୀ ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ବ୍ୟୋମିକା ସିଂହ ଭାରତୀୟ ବାୟୁସେନାରେ ଜଣେ ୱିଙ୍ଗ କମାଣ୍ଡର।

ସୋଫିଆ କୁରେଶୀ ଗୁଜରାଟର ବାସିନ୍ଦା। ସେ ୧୯୮୧ ମସିହାରେ ଗୁଜରାଟର ଭଦୋଦରାରେ ଜନ୍ମଗ୍ରହଣ କରି ଥିଲେ। ସେ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ରିପୋର୍ଟରେ ଉଲ୍ଲେଖ ରହିଛି, ସୋଫିଆଙ୍କ ଜେଜେବାପା ମଧ୍ୟ ସେନାରେ ଥିଲେ ଏବଂ ତାଙ୍କ ବାପା ମଧ୍ୟ କିଛି ବର୍ଷ ପାଇଁ ସେନାରେ ଜଣେ ଧାର୍ମିକ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ସୋଫିଆ ମେକାନାଇଜଡ୍ ଇନଫ୍ୟାଣ୍ଟ୍ରିର ଜଣେ ସେନା ଅଧିକାରୀ ମେଜର ତାଜୁଦ୍ଦିନ କୁରେଶୀଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ଅଛି। ତାଙ୍କ ନାମ ସମୀର କୁରେଶୀ।

ଅଧିକ ପଢନ୍ତୁ

kc ads