ଅବକାରୀ ନୀତି ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର । ତେବେ ଏ ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ବି ଏଥିରେ ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ। ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି। ଏଥିସହ ବିଭିନ୍ନ ବାରରେ ରାତି ଅଧ ପର୍ଯ୍ୟନ୍ତ ମଦ୍ୟପାନ ଚାଲିଥାଏ। ଏହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ ଏଭଳି କଠୋର ନୀତି ଆପଣାଇଛି। ସେହିଭଳି ବେଆଇନ ମଦ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲାଗିବ । ଯିଏ ବି ଏଥିରେ ଜଡ଼ିତ ରହିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital