ଅସମ୍ଭାଳ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ

ରାଜଧାନୀ ଦିଲ୍ଲୀରେ ଆଜି ଵି ଭୟଙ୍କର ପ୍ରଦୂଷଣରୁ ନିସ୍ତାର ନାହିଁ । କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍‌ରେ ଅନ୍‌ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍‌ୟୁରେ ମଧ୍ୟ ଅନ୍‌ଲାଇନ୍ କ୍ଲାସ କରାଯିବ ।ଏମ୍‌ସିଡି କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ଯ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଦୂଷଣକାରୀ ଗାଡ଼ି ଓ କାର୍ଯ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି ।

ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ବାସ୍ତବରେ, ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି ଏକ୍ୟୁଆଇ ୪୭୦ ଥିବାବେଳେ ଆଜି ଏକ୍ୟୁଆଇ ୪୯୪ରେ ପହଞ୍ଚିଛି। ଦିଲ୍ଲୀର ଆଲିପୁରରେ ଏକ୍ୟୁଆଇ୫୦୦, ଆନନ୍ଦ ବିହାରରେ ୫୦୦ ଏବଂ ବାୱାନାରେ ୫୦୦ ଥିବା ରେକର୍ଡ ହୋଇଛି । ସେହିପରି ଜାହାଙ୍ଗିରପୁରାରେ ୫୦୦, ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ୍ୟୁଆଇ ୫୦୦, ଲୋଧି ରୋଡରେ 493, ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୪୯୯, ମନ୍ଦିର ମାର୍ଗରେ ୫୦୦, ମୁଣ୍ଡକା ୫୦୦ ଏବଂ ନଜଫଗଡରେ ୪୯୧ରେ ପହଞ୍ଚିଛି ଏକ୍ୟୁଆଇ।

ଅଧିକ ପଢନ୍ତୁ

kc ads