ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି ।ନାସାର ମିଶନର ଅଂଶ ସ୍ୱରୂପ ଉଭୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ଜୁନ୍ ୫, ୨୦୨୫ରେ ଏକ ବୋଇଂ ମହାକାଶଯାନରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯାତ୍ରା କରିଥିଲେ । ମିଶନ ମାତ୍ର ୧୦ ଦିନ ପାଇଁ ଥିଲେ ମଧ୍ୟ, ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁହେଁ ପୃଥିବୀକୁ ଫେରିପାରିଲେ ନାହିଁ ।
ଦୁହିଁଙ୍କ ପାଇଁ, ଏକ 10 ଦିନିଆ ମିଶନ 9 ମାସରୁ ଅଧିକ ସମୟ ଅପେକ୍ଷାରେ ପରିଣତ ହେଲା। ଏବେ ଏହି ଯୋଡି ମହାକାଶ ଷ୍ଟେସନରେ ଉପସ୍ଥିତ ଅନ୍ୟ ଦୁଇ ମହାକାଶଚାରୀଙ୍କ ସହିତ ଫେରି ଆସୁଛନ୍ତି । ତେବେ ତାଙ୍କ ଫେରିବାରେ ସାରା ବିଶ୍ୱରେ ଲୋକମାନେ ଯେତିକି ଖୁସି ତାଠାରୁ ଅଧିକ ତାଙ୍କ ପରିବାର ଲୋକେ ଉତ୍ସାହିତ ଅଛନ୍ତି। ଏହି ଖୁସି ମଧ୍ୟରେ, ତାଙ୍କ ସମ୍ପର୍କୀୟଙ୍କ ମୁହଁରେ ଡର ଓ ଚିନ୍ତା ଦେଖିବାକୁ ମିଳିଛି। ତାଙ୍କ ଭଉଣୀଙ୍କ ଫେରିବା ନେଇ ଭାଇ ଦୀନେଶ ରାୱଲ କହିଛନ୍ତି ଯେ ଯେତେବେଳେ ସେ ପୃଥିବୀ ପୃଷ୍ଠରେ ପାଦ ଦେବେ ସେତେବେଳେ ଆମେ ଦୀର୍ଘ ନିଶ୍ଵାସ ନେବୁ। ସମଗ୍ର ପରିବାର ଓ ଗାଁ ଲୋକେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।