ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଥିଲେ ସାବଧାନ !

କିଛି ଲୋକଙ୍କୁ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଯେମିତି ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି କୁହାଯାଇଥାଏ। ଏହି ଗଣ୍ଠି ମଧ୍ୟରେ କାର୍ବନ ଡ଼ାଇ ଆକ୍ସସାଇଡ଼ ରହିଥାଏ ଯାହା ଗଣ୍ଠିମଧ୍ୟରେ ଗ୍ରୀସ୍ ବା ତୈଳ ପଦାର୍ଥ ଭାବେ କାମ କରିଥାଏ। ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଦ୍ରବ୍ୟ ଶେଷ ହୋଇଯାଇଥାଏ।ଯଦି ଆପଣଙ୍କର ଅଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି ତେବେ ଯେତେ ଶୀଘ୍ର ପାରୁଛନ୍ତି ବଦଳିବାକୁ ଚେଷ୍ଟା କରନ୍ତୁ ।

ଅଧିକ ପଢନ୍ତୁ

kc ads