ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ।
ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ।
ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ।
ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ।
ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା।
ଏସବିଆଇ ସିମ୍ପଲକ୍ଲିକ୍ ଓ ଏୟାର ଇଣ୍ଡିଆ ଏସବିଆଇ ପ୍ଲାଟିନମ୍ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ ସିଷ୍ଟମରେ ଏବେ ପରିବର୍ତ୍ତନ ଦେଖାଯାଇ ପାରେ।
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବନି ଆୟକର
ବେତନଭୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ
ନୂ୍ଆ ଟିକସ ବ୍ୟବସ୍ଥାରେ ବେତନଭୋଗୀଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଦେବାକୁ ପଡିବନି ଟିକସ
ଏଜୁକେଶନ ଲୋନ୍ ଉପରେ ହଟିଲା ଟିଡିଏସ୍
ପୂର୍ବରୁ ୭ ଲକ୍ଷ ଟଙ୍କା ଏଜୁକେସନ ଲୋନ୍ ଉପରେ ୦.୫ ଟିସିଏସ୍ କାଟୁଥିଲେ ଋଣଦାତା
ମ୍ୟୁଚୁଆଲ ଫଣ୍ଡ୍ ଆୟ ଉପରେ ବଢ଼ିଲା ଟିଡିଏସ୍ ସୀମା