ଆଜି ନୂଆପଡା ଯିବେ ନବୀନ, କରିବେ ରୋଡ ସୋ

ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍‌ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ। ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଂଚ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆପଡା ପ୍ରଚାରରେ ଯାଇଥଲେ । ପ୍ରୋଟକଲ ଅନୁଯାୟୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଙ୍ଗ୍ ସ୍କୋର୍ଡ ଟିମ୍ ।

ଅଧିକ ପଢନ୍ତୁ