ସରିଗଲା ସମୟ, ଆଉ କରିପାରିବେନି ଆବେଦନ। ଆଜି ଥିଲା ଶେଷ ତାରିଖ। ସୁଭଦ୍ରା ଯୋଜନାରେ ଆସିସାରିଛି ୨ୟ କିସ୍ତି ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ଆସିବ ୩ୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି । ପୂର୍ବରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏ ପଠାଇସାରିଛନ୍ତି ରାଜ୍ୟ ସରକାର । ମହିଳା ଦିବସରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା ।ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ଥିଲା। ଯାହାକି ଆଜି। ଆଉ ଆଜି ପରଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ ହୋଇପାରିବ ନାହିଁ।ଯଦି ବି ଆପଣ ଯୋଗ୍ୟ ହିତାଧିକାରୀ, ଆଉ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଉପଯୁକ୍ତ ତାହାଲେ ହାତରେ ଆଜି ଗୋଟିଏ ଦିନ। ଆଜି ଦିନ ଗଲା ପରେ କାଲିଠାରୁ ଆଉ ସୁଭଦ୍ରା ଫର୍ମ ପକାଇ ହେବନାହିଁ। ତେବେ ଏହା ପୂର୍ବରୁ ଆବେଦନ ସମୟ ସୀମାକୁ ନେଇ ବଡ଼ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଯେଉଁମାନେ ଏଯାଏ ବି ସୁଭଦ୍ରା ପାଇଁ ଆବେଦନ କରିନାହାନ୍ତି ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାଖୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।