ଆଜି ୩ ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ

ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି । ରାଜ୍ୟରେ ରେକର୍ଡ କରୁଛି ତାତି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି, ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।

ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ । ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଆଶା ଅଛି, ଦୁଇ ଦିନ ପରେ ବଦଳିବ ପାଗ । ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା ସମ୍ଭାବନା । ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗ

ଅଧିକ ପଢନ୍ତୁ

kc ads