ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ ନିଷ୍ପତ୍ତି ନେଇଛି । ଭାରତର ବିରୋଧ ସତ୍ତ୍ୱେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି ।ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି ଆଇଏମଏଫ୍ । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହିଆସୁଛି ।
ସେହିପରି ଆଇଏମ୍ଏଫ୍ ନିକଟରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଭାରତ ଚିନ୍ତା ପ୍ରକଟ କରି କହିଛି ଯେ ଯଦି ଏହାକୁ ପାଣ୍ଠି ଯୋଗାଇ ଦିଆଯାଏ, ତେବେ ଏହାର ଅପବ୍ୟବହାର ହେବ । ୧୯୮୯ ମସିହାରୁ ଅର୍ଥାତ ଗତ ୩୬ ବର୍ଷ ମଧ୍ୟରେ ପାକିସ୍ତାନକୁ ୨୮ ବର୍ଷ ଧରି ଲଗାତାର ଆଇଏମ୍ଏଫ୍ ଋଣ ପ୍ରଦାନ କରିଆସୁଛି । ୨୦୧୯ ପରଠାରୁ ଗତ ୫ ବର୍ଷରେ ଆଇଏମ୍ଏଫ୍ ୪ଥର ପାକିସ୍ତାନକୁ ଋଣ ଦେଇଛି । ଯଦି ପୂର୍ବ ଋଣଗୁଡ଼ିକର ସଠିକ୍ ବିନିଯୋଗ ହୋଇଥାନ୍ତା, ତେବେ ପାକିସ୍ତାନକୁ ଆଉଏକ ବେଲଆଉଟ୍ ପ୍ୟାକେଜ୍ ପାଇଁ ଆଇଏମ୍ଏଫ୍ ନିକଟକୁ ଆସିବାକୁ ପଡ଼ିଥାନ୍ତା । ହେଲେ ଏବେ ପୁଣିଥରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେଇଛି । ଆଇଏମ୍ଏଫ୍ ପାକିସ୍ତାନ ଆତଙ୍କବାଦ ଓ ଅସ୍ଥିରତା ସୃଷ୍ଟି କରୁଥିବାରୁ ତାକୁ ପୁରସ୍କୃତ କରୁଥିବା କଥା ଏକ ବିବୃତ୍ତିରେ କହିଛି ।