ଭାରତରେ ଅନ୍ଲାଇନ୍ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ ।କେନ୍ଦ୍ର ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ଲାଟଫର୍ମଗୁଡ଼ିକୁ ଏପରି ତାଲିକା ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନର ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି, ‘ପାକିସ୍ତାନୀ ପତାକା ଏବଂ ସମ୍ପର୍କିତ ଜିନିଷ ବିକ୍ରି କରିବା ପାଇଁ CCPA Amazon India, Flipkart, YouBuy India, Etsy, The Flag Company ଏବଂ The Flag Corporation କୁ ନୋଟିସ ଜାରି କରିଛି। ଏପରି ଅସମ୍ବେଦନଶୀଳତାକୁ ବରଦାସ୍ତ କରାଯିବ ନାହିଁ। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।’ କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ଏକ ଚିଠି ଲେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ପାକିସ୍ତାନୀ ପ୍ରତୀକ ଥିବା ସାମଗ୍ରୀର ଅନଲାଇନ୍ ବିକ୍ରୟ ଉପରେ ତୁରନ୍ତ ନିଷେଧ କରିବାକୁ ଅନୁରୋଧ କରାଯାଇଛି। ମଙ୍ଗଳବାର ପଠାଯାଇଥିବା ଏହି ଚିଠିଟି ଅପରେସନ ସିନ୍ଦୂରକୁ ନେଇ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଉଥିବା ଦୃଷ୍ଟିରୁ ପଠାଯାଇଥିଲା।
