ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ଜାନୁଆରୀ ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି । ବୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି । ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୮୫% ଇ-କଓ୍ବୋଇସି ସରିଲାଣି ଯେଉଁମାନଙ୍କର ବାକି ରହିଛି ସମସ୍ତଙ୍କର ସରିବ। ଏଯାବତ ୫୦ ଲକ୍ଷ ଲୋକ ଇ-କଓ୍ବୋଇସି କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
![](https://odishadarpan.in/wp-content/uploads/2025/01/20250101_153128.jpg)