ଉତ୍ତର ଦ୍ଵାର ବାହାରେ ହେବ ଅନ୍ନକ୍ଷେତ୍ର ଯୋଜନା- ଗଜପତି ମହାରାଜା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ସେ ଅନୁଧ୍ୟାନ କରିଛନ୍ତି। ଗଜପତି ମହାରାଜ ଗୁଣ୍ଡିଚା ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି। ଏହା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ କହିଛନ୍ତି ଉତ୍ତର ଦ୍ଵାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି । ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ହୋଇପାରୁନି । ଉତ୍ତର ଦ୍ଵାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ । ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବାକୁ ନିବେଦନ କରାଯିବ।

ଅଧିକ ପଢନ୍ତୁ

Odisha Darpan Digital