କୃଷି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ବିକଶିତ ହୋଇଥିବା ଡିଜିଟାଲ କୃଷି ସମ୍ପ୍ରସାରଣ ବ୍ୟବସ୍ଥା, କୃଷି ସମୃଦ୍ଧି ପରାମର୍ଶକୁ ଇକୋନୋମିକ୍ ଟାଇମ୍ଵ କନକ୍ଲେଭ ଦ୍ଵାରା ୧୮ ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ହୟାତ୍ ରିଜେନ୍ସିରେ ଅନୁଷ୍ଠିତ ଡିଜିଟେକ୍ ପୁରସ୍କାର ୨୦୨୫ ସମାରୋହରେ ଜୁରି ଚଏସ୍ ବର୍ଗ – “ କୃଷି ଏବଂ କୃଷକ ସଶକ୍ତିକରଣରେ ଡିଜିଟାଲ୍ ପଦକ୍ଷେପ” ଅଧୀନରେ ପୁରସ୍କାର ପାଇଛି। କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରି କୃଷକଙ୍କୁ ଆବଶ୍ୟକ ଜ୍ଞାନ, ତଥ୍ୟଭିତ୍ତିକ ଉପଦେଶ ପ୍ରଦାନ ଦ୍ୱାରା ସଶକ୍ତ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷି ବିଭାଗକୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।
