ଏଟିଏମ୍‌-ୟୁପିଆଇକୁ ସାଇବର ସୁରକ୍ଷାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରବିଆଇ, ଏନପିସିଆଇ ଓ ମୁଖ୍ୟ ବ୍ୟାଙ୍କ ଗୁଡିକୁ ସାଇବର ସୁରକ୍ଷାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହାକୁ ନେଇ ନିର୍ମଳା ସୀତାରମଣ ପ୍ରମୁଖ ବୀମା କମ୍ପାନୀ ମାନଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି ।ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡିକୁ କହିଛନ୍ତି, ନାଗରିକ ଓ ବ୍ୟବସାୟୀଙ୍କୁ ଯେକୌଣସି ପରିସ୍ଥିତିରେ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ। ଏହାସହ ଏଟିଏମରୁ ଟଙ୍କା ବିନା କୌଣସି ବାଧାରେ ଉପଲବ୍ଧ କରାଇବା ପାଇଁ, ୟୁପିଆଇ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ଓ ଜରୁରୀ ବ୍ୟାଙ୍କିଙ୍ଗ୍‌ ସୁବିଧାକୁ ମଧ୍ୟ ସୁରକ୍ଷିତ ଉପାୟରେ କାମ କରିବା ଉଚିତ୍‌ । ସେହିପରି ବ୍ୟାଙ୍କ ଅଧିକାରୀ କହିଛନ୍ତି, ତାଙ୍କର ଏସଓସି ଓ ନେଟୱାର୍କ ସଞ୍ଚାଳନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ଚାଳୁ ରହିଛି ଓ ହାଇ ଆଲର୍ଟରେ ରହିଛି ।ସେହିପରି ଟେଲିକମ୍‌ କମ୍ପାନୀ ଗୁଡିକୁ ମଧ୍ୟ କିଛି ଦିନ ପୂର୍ବରୁ ନେଟୱର୍କକୁ ଅଧିକ ସୁରକ୍ଷିତ କରିବା ପାଇଁ କୁହାଯାଇଛି । ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପକ୍ଷରୁ ସାଇବର ଠକେଇର ବିପଦ ଅଧିକ ରହିଛି । ତେଣୁ ଟେଲିକମ୍‌ କମ୍ପାନୀ ଗୁଡିକୁ ସଚେତନ ରହିବା ପାଇଁ କୁହାଯାଇଛି । ଏହା ସହିତ କୌଣସି ଅଜଣା ଲିଙ୍କ୍‍ କିମ୍ବା ଫାଇଲ ଏବଂ ଅଜଣା ଫଟୋରେ କ୍ଲିକ୍‍ ନକରିବାକୁ ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ହ୍ୱାଟ୍ସଆପ୍‍, ଫେସବୁକ୍‍, ଟେଲିଗ୍ରାମ୍‍ ଏବଂ ଇ-ମେଲ ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ସାଇବର ଆଟାକ ହେବାର ସମ୍ଭାବନା ଅଧିକ ରହିଛି ।

ଅଧିକ ପଢନ୍ତୁ

kc ads