ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ

ରାତି ପାହିଲେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ହେଲେ ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ନୂଆ ବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ।ଆଜି ମଧ୍ୟ ବିରୋଧୀ ଦଳ ନେତା ଦିନିକିଆ ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିଥିଲେ ।

ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ, ମହିଳା ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ ।

ଅଧିକ ପଢନ୍ତୁ