ଏବେ ଓଡିଶାର ୯ଟି ସ୍ଥାନରେ କମିଲା ପେଟ୍ରୋଲ ଓ ଡିଜେଲ ଦର

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏହି ଫାଇଦା ମିଳିବ । ତେବେ କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ହୋଇଛି। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇଛି । ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ୍ ୩ ଟଙ୍କା ୫୨ ପଇସା ହ୍ରାସ ହୋଇଛି । ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା ଓ ଡିଜେଲ୍ ୩ ଟଙ୍କା ୪୦ପଇସା, ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା ଓ ଡିଜେଲ୍ ୩ ଟଙ୍କା ୩୩ ପଇସା,ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା ଓ ଡିଜେଲ୍ ୩ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୦୮ ପଇସା ହ୍ରାସ ପାଇଛି ।

ଅଧିକ ପଢନ୍ତୁ