ଏହିସବୁ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବ ।

ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି । ଆଜିଠୁ ଆହୁରି ବଢ଼ିବ ତାତି । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ । ୧୦ ଯାଏ ଏଭଳି ପାଗ ସମ୍ଭାବନା ଅଛି । ୧୧ ଓ ୧୨ରେ ଗୁଳୁଗୁଳି ପ୍ରକୋପ କମିପାରେ, ମାତ୍ର ବର୍ଷାର ସମ୍ଭାବନା ବିଶେଷ ନାହିଁ । ତାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

ଅଧିକ ପଢନ୍ତୁ

kc ads