ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ ଚାଲିଛି, କଂଗ୍ରେସ ଏହାକୁ ଦୃଢ ନିନ୍ଦା କରୁଛି। ଏହା ଗଣତନ୍ତ୍ରର ହତ୍ୟା , ତେଣୁ ଉଚିତ୍ ଜବାବ୍ ଦିଆଯିବ।ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ରୁଷ୍ ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ ପରିସ୍ଥିତି ଦେଖାଦେଲା । କଂଗ୍ରେସ ଏକ ଛୋଟ ଦାବି ରଖିଲା ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ । ବିବୃତି ରଖିଦେଲେ ବେଦ ଅଶୁଦ୍ଧ ହୋଇନଥାନ୍ତା । ଗୃହ କମିଟି ଗଠନ କରିବାକୁ ସରକାର ସହମତ ହେଲେନି ।
ଯେତେ ବେଳେ ତୂରୀ ଘଣ୍ଟ ବାଜିଲା ସେତେବେଳେ ସାଙ୍ଗେ ସାଙ୍ଗ ଆକ୍ସନ ନେଲେନାହିଁ କାହିଁକି । ବିଧାନସଭା କାର୍ଯ୍ୟ ବନ୍ଦ କରି ରଖିଲେ କାହିଁକି । ନପାରିଲା ପଣିଆ ହେଉ କି ଅଭିଜ୍ଞତା ନଥିବା ପାଇଁ ଆଜି ଏ ଅବସ୍ଥା । ପ୍ରସଙ୍ଗ ବଦଳାଇବା ପାଇଁ ସରକାର ଗୃହ ଚଳାଇ ଦେଉ ନାହାନ୍ତି । ଏ ସରକାର ରହିବନି । ସରକାର ୯ ମାସରେ ଢେଲା ମାଡ଼ ଖାଇଲେଣି ।