ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଆପତ୍ତିଜନକ ଏବଂ ଅଶ୍ଳୀଳ ଭିଡିଓ ଆଦି ପ୍ରସାରଣକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଉଦୟ ମହୁରକର ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହାକୁ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ବିଧାନସଭା ଏବଂ କାର୍ଯ୍ୟପାଳିକାର ଅଧିକାର କ୍ଷେତ୍ର ମଧ୍ୟରେ ପଡ଼େ। ତେଣୁ କେନ୍ଦ୍ର ନିରପେକ୍ଷ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି।

ସୋମବାର ସୁପ୍ରିମକୋର୍ଟ OTT ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ପ୍ରସାରଣ ଉପରେ ରୋକ ​​ଲଗାଇବା ପାଇଁ ଏକ ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଏହି ମାମଲାକୁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ବୋଲି ଦର୍ଶାଇ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି।ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, କେତେକ ନିୟମାବଳୀ କାର୍ଯ୍ୟକାରୀ ହୋଇଥିବାବେଳେ ଅନ୍ୟ କେତେକ ବିଚାରାଧୀନ ରହିଛି। କେତେକ ବିଷୟବସ୍ତୁ ଏତେ ବିକୃତ ଯେ, ୨ ଜଣ ସମ୍ମାନିତ ବ୍ୟକ୍ତି ଏକାଠି ବସି ଏହାକୁ ଦେଖିପାରିବେ ନାହିଁ। ୧୮ ବର୍ଷରୁ ଊର୍ଦ୍ଧ୍ୱ ସତର୍କ ସୂଚନା ସତ୍ତ୍ୱେ ବଳିଷ୍ଠ ପ୍ରତିକାର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ମେହେଟ୍ଟା ସ୍ବୀକାର କରିଛନ୍ତି। ଏଭଳିସ୍ଥଳେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ସମେତ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌, ଉଲ୍ଳୁ, ଏଏଲ୍‌ଟିଟି, ଏକ୍ସ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ପ୍ଲାଟ୍‌ଫର୍ମକୁ ନୋଟିସ ଜାରି କରି ସେମାନଙ୍କୁ ସବିଶେଷ ଜବାବ ମାଗିଛନ୍ତି।

ଅଧିକ ପଢନ୍ତୁ

kc ads