ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ଓଡିଶା ଝାରଖଣ୍ଡ ସୀମାନ୍ତରେ IED ବିସ୍ଫୋରଣ

ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ IED ବ୍ଲାଷ୍ଟ ହୋଇଛି । ସିଆରପିଏଫ ୧୭୪ ବାଟାଲିୟନର ଯବାନ କୁମ୍ବି ଅପରେସନ ସାରି ଫେରୁଥିବା ବେଳେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ବିସ୍ଫୋରଣଟି ଏକ ବ୍ରିଜ୍ ନିକଟରେ ହୋଇଥିବା ସୂଚନା ମିଳିଛି ।ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଖବର ମିଳିବା ପରେ ପୋଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଅନ୍ୟପଟେ ଆଜି ମାଲକାନଗିରିରେ ଟପ୍ ମାଓ ନେତା ହିଡମାର ବଙ୍କର ଠାବ କରାଯାଇଛି । ଛତିଶଗଡ଼ ବିଜାପୁର-ସୁକୁମା ଘଞ୍ଚ ଜଙ୍ଗଲରୁ ସେମାନଙ୍କୁ ଠାବ କରାଯାଇଛି । ଆତ୍ମଗୋପନ ପାଇଁ ଏହାକୁ ବ୍ୟବହାର କରୁଥିବା ସୂଚନା ମିଳିଛି । ନକ୍ସଲଙ୍କ ବିରୋଧରେ ଯବାନଙ୍କ ମିଳିତ କୁମ୍ବିଂ ଅପରେସନକୁ ରୋକିବା ପାଇଁ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ

kc ads