କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର ।ସୂଚନା ଅନୁଯାୟୀ, ପହଲଗାମ୍କୁ ବାପା , ମାଆ, ପୁଅ, ବୋହୂ ୪ ଜଣ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ।ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକ୍ବର କହି ଚାଲିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ । ତେବେ ଏନଆଇଏ ଟିମ୍ ଏହି ସମୟର ଘଟଣା ବିଷୟରେ ତଦନ୍ତ ପାଇଁ କଟକରେ ପହଞ୍ଚିଛି ।ଏହି ଟିମ କିଛି ସନ୍ଦିଗ୍ଧଙ୍କ ଫଟୋ ରଞ୍ଜିତଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ । ଏହି ସନ୍ଦିଗ୍ଧ ମାନଙ୍କୁ ସେମାନେ ଦେଖିଥିଲେ କି ନାହିଁ । କେଉଁ ଭାଷାରେ କଥା ହେଉଥିଲେ । ଆତଙ୍କୀ ମାନେ କେଉଁ ରଙ୍ଗର ଡ୍ରେସ ପିନ୍ଧିଥିଲେ । କଲମା ପଢିବାକୁ କହିଥିଲେ କି ନାହିଁ । ସେହି ସମୟରେ ଏମାନେ କଣ କହିଥିଲେ । କେତେ ଜଣ ଆତଙ୍କବାଦୀ ଆସିଥିଲେ ଅର୍ଥାତ କେତେଜଣ ଆତଙ୍କୀଙ୍କୁ ଏମାନେ ଦେଖିଥିଲେ । ରଞ୍ଜିତଙ୍କ ପତ୍ନୀ କେଉଁଠି ଆହତ ହେଲେ ଏବଂ କେଉଁ ପରିସ୍ଥିତିରେ ଆହତ ହେଲେ । ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ NIA ଟିମ ପଚରାଉଚରା କରିଥିଲେ । ପଚରାଉଚରା ପରେ ଟିମ ଭୁବନେଶ୍ୱର ଫେରିଯାଇଥିଲେ ।
