କୁମ୍ଭ ମେଳାରେ ଇସ୍କନ କ୍ୟାମ୍ପକୁ ଗଲେ ଗୌତମ ଆଦାନୀ, ଭକ୍ତଙ୍କୁ ବାଣ୍ଟିଲେ ମହାପ୍ରସାଦ

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ପରିବାର ସହିତ ପବିତ୍ର ପ୍ରୟାଗରାଜ ମହା କୁମ୍ବ ମେଲାରେ ପହଞ୍ଚିଥିଲେ । ଏହି ସମୟରେ ସେ ଆଧ୍ୟାତ୍ମିକ ବାତାବରଣରେ ନିଜକୁ ବାନ୍ଧି ତ୍ରିବେଣୀ ସଙ୍ଗମ ପରିଦର୍ଶନ କରିଥିଲେ। ସଙ୍ଗମରେ ପହଞ୍ଚିବା ପରେ ସେ ରୀତିନୀତି ହିସାବରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ମିଳନ ସ୍ଥଳରେ ଆରତୀ କରିଥିଲେ ଏବଂ ମାତା ଗଙ୍ଗାଙ୍କ ଆଶୀର୍ବାଦ ନେଇଥିଲେ।ଆଜି ଆଦାନୀ ପ୍ରଥମେ ମହାକୁମ୍ଭ ମେଳା ଅଞ୍ଚଳରେ ଇସ୍କନ ର ସେବା ଶିବୀର ପରିଦର୍ଶନ କରିଥିଲେ, ଯେଉଁଠାରେ ଆଦାନୀ ଗ୍ରୁପ୍‌, ଇସ୍କନ ସହଯୋଗରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ।

ଆଦାନୀ ଗ୍ରୁପ୍ ଏବଂ ଇସ୍କନ ସହଯୋଗରେ “ମହାପ୍ରସାଦ ସେବା” ଅଧୀନରେ ଦୈନିକ ୧ଲକ୍ଷରୁୁ ଅଧିକ ଭକ୍ତଙ୍କୁ ଖାଦ୍ୟ ପରିବେଷଣ କରାଯାଉଛି। ଏହି କାର୍ଯ୍ୟକ୍ରମ ତୀର୍ଥଯାତ୍ରୀମାନଙ୍କୁ ମାଗଣା, ଶୁଦ୍ଧ ଶାକାହାରୀ ଖାଦ୍ୟ ଯୋଗାଇଥାଏ, ଇସ୍କନର ନିସ୍ୱାର୍ଥପର ସେବା ଏବଂ ଭକ୍ତିର ଏକ ଅଂଶ ।

ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଆଦାନୀ ଗ୍ରୁପର ମହାପ୍ରସାଦ ସେବା ୫୦ ଲକ୍ଷ ଭକ୍ତଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ମହାକୁମ୍ଭ ମେଳାରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ୨ ବଡ଼ ରୋଷ ଘର ଏବଂ ୪୦ ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ଅଧିକ ପଢନ୍ତୁ