କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ IPS, BSF ଆଇଜି, ଡିଆଇଜି ଭାବେ ହେବେ ନିଯୁକ୍ତ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର। ତାମଧ୍ୟରୁ ବିଏସ୍‌ଏଫ୍‌ର ଆଇଜି ଭାବେ ଆଇପିଏସ୍‌ ରବି କାନ୍ତ ଡେପୁଟେସନରେ ଯିବେ। ସେହିପରି ବିଏସ୍‌ଏଫ୍‌ର ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍‌ ମିତ୍ରଭାନୁ ମହାପାତ୍ର । ପୂର୍ବସରକାରର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର । ଦୁଇଜଣଯାକଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା ।ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।

ଅଧିକ ପଢନ୍ତୁ

kc ads