ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ବୁଧବାର ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଆର୍ଟିକା ନଂ ଓଡି -୦୩ଏସି-୭୮୮୭ ଗାଡିକୁ ଅଟକାଇ ପଚରାଉଚରା କରିଥିଲା । ଗାଡି ଭିତରେ ଥିବା ଲୋକଙ୍କୁ ପଚରାଉଚରା କଲା ପରେ ଜଣାପଡିଥିଲା ଗୋଲାମୁଣ୍ଡା ଗ୍ରାମର ସହଦେବ (ସଲାମ ବଗର୍ତ୍ତି) ବୟସ ୨୬ ତରଫରୁ ତେଲେଙ୍ଗାନା ରାଜ୍ୟ ସ୍ଥିତ ବିଜୟନଗରମକୁ ଚାଲାଣ କରୁଥିବା ସେମାନେ ପ୍ରକାଶ କରିଥିଲେ । ଅଭିଯୁକ୍ତ ସହଦେବ ଏବଂ ଆର୍ଟିକା ଗାଡି ଡ୍ରାଇଭର ବିଷ୍ଣୁ ସାହୁକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୭୭/୨୨୪ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ସହ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ