ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା । ବାହାଘର ବନ୍ଦ ହୋଇଗଲା । ଏହିଭଳି ଘଟଣା ସୁରଟ ଗୁଜୁରାଟ ରେ ଘଟିଛି। ବିବାହ ଭୋଜି ପାଇଁ ଭାଙ୍ଗିଗଲା ବାହାଘର ।
ବାଷ୍ପରୁଦ୍ଧ କଣ୍ଠରେ କନ୍ୟାର ଏଇ କଥାରେ ପ୍ରଭାବିତ ହୋଇଥିଲା ପୋଲିସ୍ । ବର ଘରେ ଯାଇ ପହଞ୍ଚିବା ପରେ ବରଘରେ ପହଞ୍ଚିଗଲା ପୋଲିସ୍ । ସିଧା ବରକୁ ପୋଲିସ୍ ଭ୍ୟାନରେ ନେଇ ଆସିଲା ଥାନାକୁ । ବରକୁ କାଉନସେଲିଂ କରାଗଲା । କିଛି ସମୟ ପରେ ବର ବୁଝିଗଲା ଓ ବାହା ହେବାକୁ ରାଜି ହେଲା । ସେତେବେଳକୁ କନ୍ୟା ଆସି ଥାନାରେ ପହଞ୍ଚି ସାରିଥିଲା । ଉଭୟ ବିବାହ ପାଇଁ ରାଜିଥିବା ପୋଲିସକୁ କହିଲେ । କିନ୍ତୁ ବାହାଘର ଥାନାରେ ହେବ ବୋଲି ସର୍ତ୍ତ ରଖିଲେ । ଏହା ପରେ ପୋଲିସ କର୍ମଚାରୀ ଫୁଲମାଳ କିଣିଲେ । ବ୍ରାହ୍ଣଣ ଡାକିଲେ । ମନ୍ତ୍ର ପଢାହେଲା । ଥାନାରେ ହେଲା ବାହାଘର । ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଲେ । ରୀତିନୀତି ଅନୁସାରେ ହେଲା ବାହାଘର । ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେଲା । ବାହାଘର ପରେ ପୋଲିସ୍ ବରକନ୍ୟାଙ୍କୁ ନେଇ ବରଘରେ ଛାଡିଲା । ବର ଘର ଲୋକ ଓ ଗାଁ ଲୋକଙ୍କୁ ପୋଲିସ ବୁଝାଇଲା ଯେ, ପୂର୍ବରୁ ଯାହା ଘଟିଛି ସବୁ ଭୁଲିଯାଅ । ସମସ୍ତେ ବରକନ୍ୟାଙ୍କୁ ଆଶୀର୍ବାଦ କର ।