ଆସନ୍ତା ଜୁନ୍ ୧ ରୁ ୩୧ ତାରିଖରେ ଯେକୌଣସି ମୂହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ । ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ୧ ତାରିଖୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍ ଜଳଭଣ୍ଡାରର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।ଯାହାକୁ ଦୃଷ୍ଟିରେ ରଖି ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି । ନିଜ ସ୍ତରରେ ଜିଲ୍ଲାପାଳମାନେ ସତର୍କ କରିବାକୁ କୁହାଯାଇଛି ।
