ଗଣିଆ:ନୟାଗଡ ଜିଲ୍ଲା ଗଣିଆ ମଣ୍ଡଳର ସଭାପତି ଭାବେ ବିଜେପି ଜଣେ ଯୁବ ସଂଗଠକ ମହାବୀର ମିଶ୍ର ଙ୍କୁ ଦାୟିତ୍ଵ ପ୍ରଦାନ କରିଛି। ମହାବୀର ମିଶ୍ରଙ୍କୁ ଗଣିଆ ମଣ୍ଡଳ ସଭାପତି ଭାବେ ମନୋନୀତ କରାଯାଇଥିବା ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କୁମାର ଷଡଙ୍ଗୀ ପତ୍ର ମାଧ୍ୟମରେ ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ପବିତ୍ର ଦାସ ଙ୍କୁ ଜଣାଇଛନ୍ତି।ଗଣିଆ ବ୍ଲକ୍ ଜଗନ୍ନାଥ ପ୍ରସାଦ ଗ୍ରାମର ମହାବୀର ମିଶ୍ର ଭଳି ଜଣେ ଦକ୍ଷ ଯୁବ ସଂଗଠକ ଙ୍କୁ ମଣ୍ଡଳ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିବାରୁ ଯୁବ ମହଲରେ ଖୁସିର ଲହରୀ ଖେଳିଯାଇଛି।ସଭାପତି ଦାୟିତ୍ୱ ମିଳିବା ପରେ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ,ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ,ସାଂସଦ ସୁକାନ୍ତ ପାଣିଗ୍ରାହୀ,ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ,ସନ୍ୟାସୀ ନାୟକ ଏବଂ ପ୍ରସନ୍ନ ଦାଶ ଙ୍କୁ ମହାବୀର ମିଶ୍ର ଧନ୍ୟବାଦ୍ ଏବଂ କୃତଜ୍ଞତା ଜଣାଇଛନ୍ତି।
