ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ବାମୀ ସମେତ ୪ ଅଟକ

ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ତିନି ଅଟକ । ସମସ୍ତଙ୍କୁ ଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟା ସନ୍ଦେହରେ ଚାଲିଛି ପଚରାଉଚରା ।ଘଟଣା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଦେବେନ ବେହେରା ଓ ତାଙ୍କ ସ୍ତ୍ରୀ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଦେବେନଙ୍କ ସ୍ତ୍ରୀ ସୋମ୍ୟାମୟୀ ବାହାରିବା ସମୟରେ କେହି ମୁଖ୍ୟ ଦ୍ୱାରରେ କବାଟ ବାଡେଇବା ଶବ୍ଦ ଶୁଣି କବାଟ ଖୋଲିଥିଲେ । ପରେ ତାଙ୍କ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସିଥିଲେ।

ବାହାରକୁ ଆସି ଦେଖିଲାବେଳକୁ ସୋମ୍ୟା ତଳେ ପଡି ଛଟପଟ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଛି। ଏହା ଦେଖି ସେ ପାଖ ପଡୋଶୀଙ୍କୁ ଡାକିଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ବେଳକୁ ସୋମ୍ୟାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ନିଆ ସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ