ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।ପୋଲିସ ଓ DVF ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ । ୩ ମହିଳା ମାଓବାଦୀ ହେଲେ ସ୍ବପ୍ନା, କମଳା ଏବଂ ସୁସ୍ମିତା । ସେମାନଙ୍କ ନାଁରେ ଥିଲା ୮ ଲକ୍ଷର ପୁରସ୍କାର ରହିଥିଲା । ସ୍ବପ୍ନା ଉପରେ ୪ ଲକ୍ଷ, କମଲା ଓ ସୁସ୍ମିତା ନାଁରେ ଥିଲା ୨ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରହିଥିଲା ।
ଦକ୍ଷିଣପଶ୍ଚିମାଞ୍ଚଳ DIG ନୀତିଶେଖର ଏନେଇ ସୂଚନା ଦେଇଛନ୍ତି ।ସ୍ୱପ୍ନା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରିର ଗୁମ୍ମା ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲ ଓ ପୁଲିସ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ଗୁଳିବିନିମୟରୁ ୬ଟିରେ ସ୍ୱପ୍ନା ସାମିଲ ଥିଲେ। ସେହିପରି ଛତିଶଗଡ଼ର ସୁକମାରେ ଘଟିଥିବା ଏକ ଗୁଳି ବିନିମୟ ଘଟଣାରେ ଥିଲା ତାଙ୍କର ସଂପୃକ୍ତି।ବବିତା ଓ ସୁନୀତା ପୁଲିସ ସହିତ ହୋଇଥିବା ୩ଟି ଗୁଳିବିନିମୟ ଘଟଣାରେ ସାମିଲ ହୋଇଥିଲେ। ସେଥିରୁ ଦୁଇଟି ମାଲକାନଗିରିରେ ଘଟିଥିବା ବେଳେ ଗୋଟିଏ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିଲା।