ଗୁଜରାଟରେ ୫ ପୁଲିସ୍‌ ଅଧିକାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ

ସେପ୍ଟମ୍ବର ୧୪ ତାରିଖ ଦିନ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୁଲିସ ଅଧିକାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌।ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କର ନାର୍କୋ ଟେଷ୍ଟ, ବ୍ରେନମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଭୁବନେଶ୍ବର SDJM କୋର୍ଟ ଅନୁମତି ପ୍ରଦାନ କରିସାରିଛନ୍ତି । ଶୁକ୍ରବାର ଅନ୍ୟ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଅନୁମତି ଦେଇଥିଲା । ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଭାରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବରେ ଗ୍ରହଣ କରାଯାଇଛି । ଏହି ସବୁ ରିପୋର୍ଟ ଆସିବା ପରେ ତଦନ୍ତକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି। ଅନୁସନ୍ଧାନରେ ମଧ୍ୟ ଅଗ୍ରଗତି ହେବ। କିଏ ସତ କହୁଛି, କିଏ ମିଛ କହୁଛି ତାହା ଜଣାପଡ଼ିବ।

ଅଧିକ ପଢନ୍ତୁ