ମା’ ଓ ହାତୀ ଛୁଆକୁ କରାଗଲା ଟ୍ରାଙ୍କୁଲାଇଜ। ଗତକାଲି ବିଳମ୍ବିତ ରାତିରେ ମା’ ହାତୀ ଓ ଗୋଡ଼ରେ ଆଘାତ ଲାଗିଥିବା ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିଲେ ବନବିଭାଗ । ଚିକିତ୍ସା ପରେ ମା’ ହାତୀ କୁ ଜଙ୍ଗଲକୁ ଛାଡି ଦିଆଯାଇଛି । ହାତୀ ଛୁଆକୁ ଚିକିତ୍ସା ପରେ ଭୁବନେଶ୍ୱରକୁ ନିଆଯାଉଛି । ମାଲବାହୀ ଟ୍ରେନ ଧକ୍କାରେ ହାତୀ ପଲରେ ଥିବା ଗୋଟିଏ ହାତୀ ଛୁଆ ମୃତ୍ୟୁ ବରଣ କରିଥିଲା । ଟ୍ରେନ ଦୁର୍ଘଟଣାରେ ଆହତ ଅନ୍ୟ ଏକ ଦୁଇ ବର୍ଷର ହାତୀ ଛୁଆକୁ ନେଇ ବନ୍ଧମୁଣ୍ଡା ସି କ୍ୟାବିନ ନିକଟସ୍ଥ ଜଙ୍ଗଲରେ ଥିଲା । କଦଳୀ, ତରଭୁଜ ଓ ପିଇବା ପାଇଁ ପାଣି ରଖି ଜଙ୍ଗଲରୁ ଖୋଲା ସ୍ଥାନକୁ ଆଣିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ବନବିଭାଗ । ଏହା ପରେ ଗତକାଲି ବିଳମ୍ବିତ ରାତିରେ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପରେ ଭୁବନେଶ୍ୱର ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।ଦୁଇ ଦିନ ପୂର୍ବରୁ ରାଉରକେଲା ବନ୍ଧମୁଣ୍ଡା ଆର କ୍ୟାବିନ ଠାରେ ୨୩ ଟିକିଆ ହାତୀପଲଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ହାତୀ ଆହତ ହୋଇଥିଲେ । ଗୁରୁତର ଥିବା ଏକ ହାତୀ ବନ୍ଧମୁଣ୍ଡା ନିକଟ ଜଙ୍ଗଲକୁ ଚାଲିଯାଇଥିବା ବେଳେ ଗୋଟିଏ ଆହତ ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିଛି ।