ଗୋଟିଏ ଶ୍ମଶାନରେ ଏକାଠି ହେଲା ୩ ଭାଇଙ୍କ ଶେଷକୃତ୍ୟ

ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ତିନି ଭାଇଙ୍କର ହୋଇଛି ଅକାଳ ବିୟୋଗ । ତିନି, ତିନୋଟି ଶବ ମଶାଣିରେ ଜୁଇ ଜଳିବା ଘଟଣା ଗାଁ ବାସୀଙ୍କୁ କରିଛି ସ୍ତବ୍ଧ । ଗୁରୁବାର ସନ୍ଧ୍ୟାରେ କୌଣସି କାମ ପାଇଁ କାର ଯୋଗେ ଯାଉଥିଲେ ପୁଫୁଗାଁ । ଠିକ୍ ଏହି ସମୟରେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇଥିଲା କାର । ଗାଡିଟି ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କାର୍‌ । ଫଳରେ ଗାଡ଼ିରେ ଯାଉଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଭାଇଙ୍କର ଘଟଣା ସ୍ଥଳରେ ହୋଇଥିଲା ମୃତ୍ୟୁ । ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।ମୃତକଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ହେବ । ତିନି ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏକାଠି ଜଳିଲା ସମୂହ ଜୁଇ ।

ଅଧିକ ପଢନ୍ତୁ

kc ads