ପ୍ରଥମ ଥର ଉଡ଼ନ୍ତା ମାଛ ଚେଲିପୋଗନ ଆର୍ଟିସେପ୍ସ ଚିହ୍ନଟ

ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ପ୍ରଥମ ଥର ଉଡ଼ନ୍ତା ମାଛ ଚେଲିପୋଗନ ଆର୍ଟିସେପ୍ସ ଚିହ୍ନଟ ହୋଇଛି l ଏହା ପ୍ରଥମେ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ବର୍ତମାନ ଭାରତ ମହାସାଗରରେ ପ୍ରଥମ ଥର ଚିହ୍ନଟ ହୋଇଛି l ଏହି ମାଛଟି ୨୦୨୧ ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା l ମାଛର ଡେଣାଗୁଡ଼ିକ ଠିକ ଲମ୍ବା ଓ ଓସାରିଆ ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି।

ଡେଣାରେ କିଛି କଳାଚିହ୍ନ ରହିଥିବାରୁ ଏହା ଅନ ଅନ୍ୟ ପ୍ରଜାତି ଠାରୁ ଭିନ୍ନ୧ ମାଛଟିର ପିଠି ଭାଗଟି ନୀଳ ଓ ପେଟ ଭାଗଟି ରୁପା ଭଳି ଧଳା ରଙ୍ଗ। ମାଛର ଲମ୍ବା ୧୫ ରୁ ୧୭ ସେମି। ଗୁରୁବାର ମାଛଟି ପ୍ରଥମ ଥର ଏହି ପ୍ରଜାତିର ମାଛ ଭାରତ ମହାସାଗରରୁ ମିଳି ଥିବାରୁ ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”ରେ ପ୍ରକାଶ ପାଇଥିବା ଏବଂ ଏହି ମାଛକୁ ସଂଗ୍ରକ୍ଷଣ କରାଯାଇ ଅଧିକରୁ ଅଧିକ ଗବେଷଣା କରାଯିବା ନେଇ ସୂଚନା ଦେଇଛନ୍ତି ଗୋପାଳପୁର ଜେଡ.ଏସ.ଆଇର ବୈଜ୍ଞାନିକ ଡ଼. ମହାପାତ୍ର ।

ଅଧିକ ପଢନ୍ତୁ