ଗ୍ୟାସ ଟାଙ୍କି ଫାଟି ଉଡ଼ିଗଲା ଘରର ଆଜବେଷ୍ଟସ । ଢେଙ୍କାନାଳ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହି ଘଟଣା ଘଟିଛି । ଗ୍ୟାସ ଟାଙ୍କି ଫାଟି ଉଡ଼ିଯାଇଛି ଘରର ଆଜବେଷ୍ଟସ ଓ ଆସବାବପତ୍ର । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।ସୂଚନାଯୋଗ୍ୟ ଯେ, ପରିବାର ସଦସ୍ୟା ଶକୁନ୍ତଳା ମହାପାତ୍ର ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ସମସ୍ତ ସଦସ୍ୟ ଘରୁ ବାହାରି ଯାଇଥିଲେ । ନିମିଷକ ମଧ୍ୟରେ ଗ୍ୟାସ୍ ଟାଙ୍କିଟା ଫାଟି ଯାଇଥିଲା। ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗ୍ୟାସ୍ ଟାଙ୍କି ଫାଟିବା ବେଳେ ବହୁତ ଜୋରରେ ଶବ୍ଦ ହୋଇଥିବା ଦେଖିବାକୁ ମିଳିଛି । ଗ୍ୟାସ୍ ଟାଙ୍କି ଫାଟିଯିବା ଯୋଗୁଁ ଛାତ ଘରକୁ ଲାଗିଥିବା ଆଜବେଷ୍ଟେସ ଘରଟି ଉଡେଇ ନେଇଥିଲା । ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।