ଚଞ୍ଚକତାପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର,ଜିଦ୍‌ରେ ତରବରିଆ ପାସ୍ କରିଛନ୍ତି

ବିଧାନସଭା ଇତିହାସରେ ପୁଣି ସୃଷ୍ଟି ହୋଇଛି ରେକର୍ଡ । ପ୍ରାୟ ୨ ଦଶନ୍ଧି ପରେ ରାତିତମାମ ଚାଲିଛି ବିଧାନସଭା । ଗୁରୁବାର ଭୋର୍‌ ସମୟରେ ପାରିତ ହୋଇଛି ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ବିରୋଧୀ ଓ ଶାସକ ଦଳ ମଧ୍ୟରେ ହୋଇଥିଲା ଢେର ଘଣ୍ଟା ଧରି ଆଲୋଚନା । ଆଲୋଚନାରେ ସାରା ରାତି ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ତେବେ ବିଜେଡି ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଲ ନେଇ ଆଲୋଚନା କରିଥିଲେ। ଦୀର୍ଘ ଘଣ୍ଟାର ଆଲୋଚନା ପରେ ସକାଳ ୬ଟା ୨୫ ମିନିଟରେ ବିଲ ପାସ ହୋଇଥିଲା। ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ 2024 ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ଚଞ୍ଚକତାପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। 2024ରେ ଯେଉଁ ବିଲ ଅଣା ଯାଇଛି 1989ର ବିଲକୁ ସଂଶୋଧନ କରାଯାଇଛି। ବିଲର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ରେ ଆଲୋଚନା ହେବ। ବିଲରେ ଗଭର୍ଣ୍ଣରଙ୍କ ପାୱାରକୁ ହ୍ରାସ କରି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ଲାଇନ, NEPର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳମେଳ ନାହିଁ।

ଅଧିକ ପଢନ୍ତୁ

kc ads