ଚିନ୍ତା ବଢ଼ାଇଲାଣି ଖରା। ଆଜି ୪୦ ଡିଗ୍ରୀ ଟପିଲା ରାଜଧାନୀ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରିଛି ତାପମାତ୍ରା। ଦିନର ତାପମାତ୍ରା ଥିଲା ୪୦.୨ ଡିଗ୍ରୀ।ଝାରସୁଗୁଡାରେ ୪୨ଡ଼ିଗ୍ରୀ ଅତିକ୍ରମ କଲା ତାତି । ଶୁକ୍ରବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, ସମ୍ବଲପୁରରେ ୪୧.୬ ଡ଼ିଗ୍ରୀ, ରାଉରକେଲାରେ ୪୦.୨ ଡ଼ିଗ୍ରୀ, ହୀରାକୁଦରେ ୪୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୮ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ ସେଲସିୟସ୍ ରହିଛି ।
ଯଦି ଆଜିଠାରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ତାହାଲେ ଆଗକୁ ପରିସ୍ଥିତି କ’ଣ ହେବ ସେଇ କଥା ଭାବିଲା ବେଳକୁ ମୁଣ୍ଡ ବୁଲାଇ ଦେଉଛି। ଏମିତିରେ ୩ ଦିନ ପାଇଁ ହିଟଓ୍ୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି।