ଦେଶରେ ଉତ୍ତେଜନାମୂଳକ ସ୍ଥତିକୁ ଆଖି ଆଗରେ ରଖି ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୯ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ୯, ୧୧ ଓ ୧୪ ତାରିଖରେ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।ସୂଚନାନୁଯାୟୀ, ମେ ୯ରୁ ମେ ୧୪ ପର୍ଯ୍ୟନ୍ତ ଚାର୍ଟାର୍ଡ ଆକାଉଟାଣ୍ଟସ୍ ଫାଇନାଲ, ଇଣ୍ଟରମିଡିଏଟ୍, ପୋଷ୍ଟ କ୍ବାଲିଫିକେସନ କୋର୍ସ ପରୀକ୍ଷାକୁ ଧାର୍ଯ୍ୟ କରାଯାଇଥିଲା । ସଂସ୍ଥା ମହତ୍ତ୍ବପୂର୍ଣ୍ଣ ସଂଖ୍ୟା ୧୩-CA ୨୦୨୫ ଅନୁଯାୟୀ ୧୩ ଜାନୁୟାରୀରେ ସଂଶୋଧନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି । ଏହା ବ୍ୟତୀତ ହେବାକୁ ଥିବା ପରୀକ୍ଷା ଇଣ୍ଟରମିଡିଏଟ ଏବଂ ପୋଷ୍ଟ ଯୋଗ୍ୟତା ପାଠ୍ୟକ୍ରମ ପରୀକ୍ଷାର ବାକି ଶେଷ ପେପର ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା । ସମୟକ୍ରମେ ଧାର୍ଯ୍ୟ ହୋଇଥିବା ତାରିଖ ମେ୯ ରୁ ମେ୧୪ କୁ ଅପରେସନ ସିନ୍ଦୂର ଆକ୍ରମଣ ପରେ ଏହାକୁ ମଧ୍ୟ ସ୍ଥଗିତ କରାଯାଇଛି । ଏହା ବ୍ୟତୀତ ICAI ଅଧୀନରେ ଥିବା ଅନ୍ୟନ୍ୟ ବାକି ଥିବା ପରୀକ୍ଷା ପେପରକୁ ସ୍ଥଗିତ କରିଦିଆଯାଇଛି ।ପରିସ୍ଥିତି ସୁଧୁରିବା ପରେ ପୁଣି ପରୀକ୍ଷା ତାରିଖ ତାରିଖ ଘୋଷଣା କରାଯିବ। ଏନେଇ ଆଇସିଏଆଇ ପକ୍ଷରୁ ସୂଚନା ଦିଆଯାଇଛି।
