ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବଢ଼ିଲା: ମିଳିଲା ୪ ସ୍ତରୀୟ ସୁରକ୍ଷା

ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଲା ।ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍‌ରେ ବୈଠକ ହୋଇପାରେ ବୋଲି କୁହାଯାଉଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଠାରେ ୪ଟି ସ୍ତରର ସୁରକ୍ଷାକୁ ବିଚାର କରାଯାଇଛି। ପ୍ରଥମେ, ଓଡ଼ିଶା ପୋଲିସ ମୁତୟନ କରାଯାଇଛି, ତା’ପରେ ସେନା, ତା’ପରେ DRDOର ନିଜସ୍ୱ ସୁରକ୍ଷା ଦଳ ଏବଂ ଶେଷରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଚତୁର୍ଥ ସ୍ତରର ସୁରକ୍ଷା ଯୋଗାଇ ଦେଉଛି। ସମସ୍ତ ସୁରକ୍ଷା ଏଜେନ୍ସି ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସଜାଗ ଅଛନ୍ତି।

ଅଧିକ ପଢନ୍ତୁ

kc ads