ଜଗା ଦର୍ଶନ କଲେ ଅନୁଭବ-ଜାଗୃତି

ଜାଗୃତି ଶୁକ୍ଳାଙ୍କ ସହ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି।ଦ୍ଵିତୀୟ ବିବାହ ପରେ ଅନେକ ଭଲପାଇବା ସହ ଦର୍ଶକଙ୍କ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଅନୁଭବ। ଅନେକ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଅନେକ ବର୍ଷାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏହା ମଧ୍ୟରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ଦମ୍ପତ୍ତି। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିସ କାମନା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ପତ୍ନୀ ଜାଗ୍ରତି ଶୁକ୍ଳା।

ନାଲି ଶାଢୀ ପିନ୍ଧି ହାତରେ ନାଲି ଶଙ୍ଖା ପିନ୍ଧି ଆଉ ମଥାରେ ଅନୁଭବଙ୍କ ନାଁର ସିନ୍ଦୂର ଆଉ ବେକରେ ମଙ୍ଗଳ ସୂତ୍ର ପିନ୍ଧି ପୁରା ଓଡ଼ିଆ ଘରର ବୋହୂ ବେଶରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜାଗ୍ରତି।

ଅଧିକ ପଢନ୍ତୁ

kc ads