ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୫୪ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଏସଜେଟିଏ ଏ ନେଇ ପ୍ରସ୍ତାବ ପଠାଇଥିଲା।
