ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥ‌ିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍‌ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ଏହି ତାଲିମ୍ ଶିବିରର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ପୋକ୍‌ସୋ ଆକ୍ଟ କ’ଣ ଏବଂ ପିଡିତା କିପରି ତା’ର ନ୍ୟାୟ ପାଇପାରିବ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା ଜଣେ ଅଧିକାର ମିତ୍ରର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇବାକୁ ଯାଇ କହିଥିଲେ ଆଇସେବା ତଥା ଜନସାଧରଣଙ୍କ ମଧ୍ୟରେ ବିଶେଷ ଭାବରେ ବଞ୍ଚିତ ସମ୍ପ୍ରଦାୟ ମଧ୍ଯରେ ଏକ ସେତୁ ଭାବରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଅଧିକାର ମିତ୍ର ଆଇନ୍ ସେବାରେ ଆଇନ୍ ସଚେତନତା ପରାମର୍ଶ, ସହାୟତା ପ୍ରଦାନ ଏବଂ ଲୋକମାନଙ୍କୁ ସେମାନଙ୍କର ଆଇନ୍ଗଗତ ଅଧିକାର ଓ ଦାୟିତ୍ଵକୁ ବୁଝାଇବାରେ ସହାଯ୍ୟ କରିବାକୁ ପରାମର୍ଶ ଦେବା ସହ ସରଳ ବିବାଦର ସମାଧାନ କରିବାରେ ସାହାଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ତାଲମଦାତା ଭାବରେ ମହିଳା କୋର୍ଟ ଜଜ୍ ସ୍ଵୟଂପ୍ରଭା ଆଚାର୍ଯ୍ୟ, ପରିବାର କୋର୍ଟ ଜଜ୍ ସୁବ୍ରତ କୁମାର ପଟ୍ଟନାୟକ, ଏସ୍‌ଡିଜେଏମ୍ ସମାପିକା ସମଦର୍ଶିନୀ ଏବଂ ରେଜିଷ୍ଟାର ସୋନାଲି ସରିତା ପ୍ରମୁଖ ଶିବିରରେ ଯୋଗଦେଇଥ‌ିବା ଶିବିରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଥିଲେ ଜେଏମ୍ଏଫ୍ସି ଲଳିତା ପାତ୍ର, ଜେଏମ୍ଏଫ୍‌ସି ସମୃଦ୍ଧି ବାରିକ, ଜେଏମ୍ଏଫ୍ସି ସୁଶ୍ରିତା ମିଶ୍ର । ଶେଷରେ ସଚିବ ଶ୍ରୀମତୀ ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ

kc ads