ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ଚୁକ୍ତି

ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍‌ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ସହ କମ୍ପାନୀ ଏକ ଯୌଥ ଉଦ୍ୟୋଗ ସମ୍ପର୍କରେ ଘୋଷଣା କରିଛି। ଏହା ୫୦ ମେଗାୱାଟ୍‌ର ‌ସୋଲାର ଓ ୧୦୦ ମେଗାୱାଟ୍‌ର ପବନ ଶକ୍ତି , ମୋଟ ଚୁକ୍ତି ଅଧାରିକ କ୍ଷମତା ୭୦ ମେଗାୱାଟ୍‌ ପ୍ରକଳ୍ପରେ ୮୩.୨୬ କୋଟି ଟଙ୍କା ନିବେଶ କରିବ।

ଏଥି ସହିତ ଇମ୍ଫା ପକ୍ଷରୁ ନିଜସ୍ଵ ବ୍ୟବହାର ଲାଗି ୨୫ ବର୍ଷିଆ ଅବଧିର ଏକ ବିଦ୍ୟୁତ୍‌ ଶକ୍ତି କ୍ରୟ ରାଜିନାମା ସ୍ୱାକ୍ଷର କରାଯିବ।ଇମ୍ଫା ପକ୍ଷରୁ ଯାଜପୁରର କଳିଙ୍ଗନଗରଠାରେ ବାର୍ଷିକ ୧,୦୦,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ଏକ ନୂଆ କାରଖାନା ସ୍ଥାପନ କରାଯାଉଛି। ଏହା କମ୍ପାନୀର ଫେରୋକ୍ରୋମ ଉତ୍ପାଦନ କ୍ଷମତାକୁ ବଢାଇବ ବୋଲି ଆଶା କରାଯାଉଛି।ଏହି ରାଜିନାମା ସମ୍ପର୍କରେ କମ୍ପାନିର ଭାଇସ୍ ପ୍ରେସିଡେଣ୍ଟ ତଥା ହେଡ୍ – ପାୱାର ବିଜନେସ ୟୁନିଟ୍ ବିନୟ ଅଗ୍ରୱାଲ୍ କହିଛନ୍ତି ଯେ, କାର୍ବନ ଫୁଟ୍‌ପ୍ରିଣ୍ଟ କମ୍ କରିବା ଲାଗି ଅକ୍ଷୟ ଶକ୍ତି ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ। ସୌର ଓ ପବନ ଶକ୍ତିର ମିଶ୍ରଣ ସହ ଆମେ ଏକ ସବୁଜ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ।

ଅଧିକ ପଢନ୍ତୁ