ଟମାଟୋ ପାଇଁ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ପରିବା ବ୍ୟବସାୟୀ

ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।ଟମାଟୋ ପାଇଁ ଉତକ୍ଷିକ୍ତ ହୋଇ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ । ସୂଚନା ଅନୁଯାୟୀ ଚମ୍ପାପୁର ଗ୍ରାମର ରମେଶ ସେଠୀ ଯିଏ କି ଆଇଟି ବିପି ଅରୁଣାଞ୍ଚଳ ପ୍ରଦେଶର ଦଶମ ବାଟାଲିୟନ ହେଡ଼ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ଗୁରୁବାର ହେଡ୍ କ୍ୱାର୍ଟରକୁ ଯାଇଥାନ୍ତେ । ସେହି ସମୟରେ ଘର ପାଇଁ କିଛି ପରିବା କିଣିବାକୁ ସେ ସ୍ଥାନୀୟ ଚମ୍ପାପୁର ହାଟକୁ ଯାଇଥିବା ସମୟରେ ସେଠାରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଦରକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।ଯାହାକୁ ନେଇ ବ୍ୟବସାୟୀ ଜଣକ ଉତ୍‌କ୍ଷିପ୍ତ ହୋଇ ସେନା କର୍ମଚାରୀଙ୍କ ପେଟକୁ କାମୁଡି ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେନା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା । ମେଡିକାଲରେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡ କ୍ୱାର୍ଟରକୁ ଯାଇଛନ୍ତି । । ଏପଟେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads