ଠାକୁରଙ୍କୁ ବି ଛାଡ଼ୁ ନାହାନ୍ତି: ଶ୍ରୀମନ୍ଦିରରେ ହୋଇଛି ଚୋରୀ

ଶ୍ରୀମନ୍ଦିର ଭିତରେ ପ୍ରତ୍ନତତ୍ତ୍ୱ ବିଭାଗର ଯନ୍ତ୍ରାଂଶ ଚୋରୀ । ପଶ୍ଚିମ ଦ୍ୱାରରୁ ଚୋରୀ ସାମଗ୍ରୀ ଜବତ କଲା ପୋଲିସ ।
ଲୁହା ପାଇପ୍ ଖଣ୍ଡ କର୍ମଚାରୀ ଚୋରୀ କରୁଥିବା ଜଣାପଡ଼ିଛି । ଚୋରୀ କରିଥିବା ବ୍ୟକ୍ତି ନିର୍ମାଲ୍ୟ ଖଳାରେ କାହା ଦ୍ୱାରା ନିୟୋଜିତ ହୋଇଥିଲେ, କଣ କାର୍ଯ୍ୟ କରୁଥିଲେ,ଏକାକୀ ଚୋରୀ କରିଛନ୍ତି କି ଆଉ କିଏ ସମ୍ପୃକ୍ତ ଅଛି ସେ ନେଇ ତଦନ୍ତ କରାଯାଉଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି।ମନ୍ଦିର ଚୋରୀରେ ମାତିଛନ୍ତି ଚୋର । ଲଗାତର କିଛିଦିନ ଧରି ମନ୍ଦିର ଚୋରୀ ବେହାରେ ଲାଗିଛି ।ମନ୍ଦିରରେ ଥିବା ଠାକୁରଙ୍କ ସୁନା, ଗହଣାଠାରୁ ଆରମ୍ଭ କରି ବାସନ ମଧ୍ୟ ଚୋରୀ କରିନେଇଯାଉଛନ୍ତି ଚୋର ।

ଅଧିକ ପଢନ୍ତୁ