ଢ଼େଙ୍କାନାଳରେ ଓଡ଼ିଶାର ହେବ ପ୍ରଥମ ସୋଲାର ଏନର୍ଜି କାରଖାନା

ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ୱାରି ସୋଲାର ଏନର୍ଜୀ କାରଖାନା । ଢେଙ୍କାନାଳର ନେଉଳପୋଇରେ ପଚିଶ ହଜାର କୋଟିର ସୋଲାର ପାୱାର କଂପାନୀ ହେବାକୁ ଯାଉଛି । ସୋଲାର ପାୱାର ପ୍ଲାଣ୍ଟର ଭୂମି ପୂଜନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର |ଏହି ଅବସରରେ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କୃଷ୍ଣ ପାତ୍ର ଉପସ୍ଥିତ ଜନସାଧରଣଙ୍କୁ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡିଶାର ସ୍ୱପ୍ନ କୁ ଆଧାର କରି ଅକ୍ଷୟ ଉର୍ଜାକୁ ସୁବିନିଯୋଗ ପାଇଁ ଏହି ପ୍ରୟାସ ବୋଲି କହିଥିଲେ। ଏହି ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତି ସାଙ୍ଗକୁ ଅଂଚଳର ଉନ୍ନତି ଓ ବିକାଶ ହେଲେ ଜିଲ୍ଲାର ବିକାଶ ହେବ।

ଆଉ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ। ଆଜି ଠାରୁ ବିକାଶର ନିଅଁ ପଡିଲା ବୋଲି ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି। ସଦର ବ୍ଲକ୍ ନେଉଳପୋଇ ଠାରେ ୫୯୫ ଏକର ଜାଗାରେ ହେବାକୁ ଥିବା ୱାରି ସୌରଶକ୍ତି କାରଖାନା ୨୫ହଜାର କୋଟି ଟଙ୍କା ନିବେଶ କରିବ। ୬ ଗିଗା ୱାଟ ସୌର ଶକ୍ତି ଉତ୍ପାଦନ କରିବା ସହିତ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ ଏହି କାରଖାନା। ଫଳରେ କାର ଖାନାରେ ସିଧାସଳଖ ୧୪ହଜାର କର୍ମଚାରୀ ନିଯୁକ୍ତି ହେବେ। ଆସନ୍ତା ୯ମାସ ମଧ୍ୟରେ କମ୍ପାନୀ ଉତ୍ପାଦନ ଆରମ୍ଭ କରିବ ବୋଲି କାରଖାନାର ନିର୍ଦେଶକ ହିତେଶ ମେହେଟା କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital